ମହେନ୍ଦ୍ର ସିଂହ ଧୋନୀଙ୍କ ମାତା-ପିତା ଙ୍କୁ କରୋନା

ମହେନ୍ଦ୍ର ସିଂହ ଧୋନୀଙ୍କ ମାତା-ପିତା ଙ୍କୁ କରୋନା

ରାଞ୍ଚି: କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ଘରେ ପହଞ୍ଚିଛି ମହାମାରୀ କରୋନା ଭୂତାଣୁ। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନୀଙ୍କ ମାତା-ପିତା ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଉଭୟଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧୋନୀଙ୍କ ମାତା ଦେବିକା ଦେବୀ ଏବଂ ପିତା ପାନ୍ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ଡାକ୍ତର କହିଛନ୍ତି। ଉଭୟଙ୍କ ଶରୀରରେ ଅକ୍ସିଜେନ ସ୍ତର ବି ସାଧାରଣ ଅବସ୍ଥାରେ ରହିଛି। ତେବେ ସଂକ୍ରମଣ ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚି ନ ଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।