କରୋନା ଆକ୍ରାନ୍ତ ହେଲେ ଅଭିନେତ୍ରୀ ମଲାଇକା ଅରୋରା

କରୋନା ଆକ୍ରାନ୍ତ ହେଲେ ଅଭିନେତ୍ରୀ ମଲାଇକା ଅରୋରା

ଅର୍ଜୁନ କପୁରଙ୍କ ପରେ ଏବେ ମଲାଇକା ଅରୋରା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମଲାଇକାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକାଙ୍କ ଭଉଣୀ ଅମୃତା ଅରୋରା ଏହି ସୂଚନା ଦେଇଛନ୍ତି।

ମଲାଇକାଙ୍କ ଶୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର୍ସ’ର ସେଟରୁ ୭/୮ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ମଲାଇକା ଦୀର୍ଘ ଦିନରୁ ଏହି ଶୋର ସୁଟିଂ କରୁଥିଲେ। ସୋସିଆଲ୍ ମିଡିଆରେ ପ୍ରଶଂସକ ତାଙ୍କ ଶୀଘ୍ର ଆରୋଗ୍ୟ ହେବାକୁ ପ୍ରାର୍ଥନା କରୁଛନ୍ତି। ମଲାଇକା ଅରୋରା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। କେତେବେଳେ ଅର୍ଜୁନଙ୍କ ସହ ରିଲେସନଶିପକୁ ନେଇ ତ କେବେ ନିଜର ଡେସିଂ ସେନ୍ସକୁ ନେଇ। ସେ ଅଧିକାଂଶ ସମୟରେ ନିଜ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ସହ ଯୋଡ଼ିଥାନ୍ତି।