ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ୫/୫ : ଆଜିଠୁ ବଙ୍ଗରେ ପୁଣି ଚାଲିବ ମମତା ରାଜ୍ । ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ଲଗାତାର ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଦିନ ୧୧ଟି ରାଜଭବନ ପରିସରରେ ରହେବ ନିରାଡମ୍ୱର ଉତ୍ସବ ।କୋଭିଡ୍ କଟକଣା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବିପୁଳ ସଂଖ୍ୟାରେ ଜିତି ପୁଣିଥରେ ଆସନ ଦଖଲ କରିଛି ତୃଣମୂଳ । ସେମାନଙ୍କ ଦଖଲରେ ଏଥର ୨୧୩ଟି ଆସନ ରହିଛି । ତେବେ ଏଥର ନିର୍ବାଚନରେ ମମତା ପରାଜିତ ହୋଇଥିବାରୁ ୬ ମାସ ମଧ୍ୟରେ ଆଉ ଥରେ ତାଙ୍କୁ ନିର୍ବାଚନ ଜିତିବାକୁ ପଡ଼ିବ।