ଜୋଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ:କୁରାଢୀରେ ବେକକୁ କାଟି ଶାଳୀକୁ ହତ୍ୟା କରିବା ପରେ ଶାଶୂଙ୍କ ସହ କଲା ଦୁଷ୍କର୍ମ

ଜୋଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ:କୁରାଢୀରେ ବେକକୁ କାଟି ଶାଳୀକୁ ହତ୍ୟା କରିବା ପରେ ଶାଶୂଙ୍କ ସହ କଲା ଦୁଷ୍କର୍ମ

ଶାଳୀକୁ କୁରାଢୀରେ ହାଣି ହତ୍ୟା ଓ ଶାଶୂଙ୍କୁ ହାତ ବାନ୍ଧି ଦୁଷ୍କର୍ମ । ଏପରିକି ଶବକୁ ୨ଶହ ଫୁଟ ଖାଲକୁ ଫିଙ୍ଗିଦେଲା ହତ୍ୟାକାରୀ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା କିରିବୁରରେ । ମୁର୍ଗାପଡାରେ ରହୁଥିବା ଶାଶୂ ଓ ଶାଳୀ ଜଙ୍ଗଲକୁ ଛତୁ ଓ କୁରକୁଟି ସଂଗ୍ରହ ପାଇଁ ଯାଇଥିବାବେଳେ ରୂପ ସିଂ ସିଦ୍ଧୁ ସେଠାରେ ପହଂଚି ଶାଶୂଙ୍କୁ ଦୁଷ୍କର୍ମ କରିଥିଲା । ଶାଳି ସହ ଝଗଡା ହେବାରୁ କୁରାଢୀରେ ବେକକୁ କାଟି ୨ଶହ ଫୁଟ ତଳକୁ ଫିଙ୍ଗି ଦେଇଥିଲା । ଶାଶୂଙ୍କ ହାତକୁ ଗାମୁଛାରେ ବାନ୍ଧି ଦୁଷ୍କର୍ମ କରିଥିଲା ଜ୍ୱାଇଁ । ତେବେ କୌଶଳ କ୍ରମେ ଶାଶୂ ଖସିଆସି କିରିବୁରୁ ଥାନାରେ ଅଭିଯୋଗ କରିଥିଲେ । ଝିଅର ଶବ ଏଯାଏଁ ଉଦ୍ଧାର ହୋଇପାରିନଥିବାବେଳେ ହତ୍ୟାହାକୀ ରୂପ ସିଂ ସିଦ୍ଧୁ ଫେରାର ହୋଇଯାଇଛି ।