କାର ଚଳାଉଥିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କାର ଚଳାଉଥିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୭। ୪: ଏଣିକି ପ୍ରତ୍ୟେକ ବ୍ୟକ୍ତି ଏକୁଟିଆ କାର ଚଳାଉଥିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ସରକାରଙ୍କ ନିୟମକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଏହି ରାୟ ଦେଇଛନ୍ତି । ଏଥିସହ କରୋନା ମହାମାରୀ ସମୟରେ ମାସ୍କ କରୋନା କବଚ ଭଳି କାର୍ଯ୍ୟ କରିଥାଏ ବୋଲି ଦର୍ଶାଇଛନ୍ତି ।ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ମାସ୍କ ନ ପିନ୍ଧିରେ ୨ ହଜାର ଟଙ୍କାର ଜରିମାନା ଆଦାୟ ନିୟମ ଲାଗୁ କରାଯାଇଛି । କାରରେ ଜଣେ ବ୍ୟକ୍ତି ଏକାକି ବସିଥିଲେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ସରକାରଙ୍କ ନିୟମରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ।