ଜେଲରୁ ମୁକୁଳିବେ ମନୀଷ ସିସୋଦିଆ

ଦିଲ୍ଲୀର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ। ଆଜି ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ମଦ ଦୁର୍ନୀତିରେ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ୧୭ ମାସ ହେଲା ସେ ଜେଲରେ ଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ତ୍ଵରିତ ନ୍ୟାୟ ପାଇବାର ଅଧିକାର ସିସୋଦିଆଙ୍କର ଅଛି। ତାଙ୍କୁ ଟ୍ରାଏଲ କୋର୍ଟକୁ ପଠାଯିବା ସାପ ସିଡ଼ି ଖେଳ ହେ, ଯାହାକି ଅନ୍ୟାୟ। ସୁପ୍ରିମକୋର୍ଟ କହିଛନ୍ତି, ବିଚାର ପ୍ରକ୍ରିୟା ନ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ସିସୋଦିଆଙ୍କୁ ଜେଲରେ ରଖିବା ତାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ।