ମୁମ୍ବଇ ନିକଟ ଭିୱାଣ୍ଡିରେ କୋଠା ଭୁଶୁଡି ୧୦ ମୃତ

ମୁମ୍ବଇ ନିକଟ ଭିୱାଣ୍ଡିରେ କୋଠା ଭୁଶୁଡି ୧୦ ମୃତ

ମୁମ୍ବାଇ: ଆଜି ବଢି ଭୋର ଏକ ତିନି ମହଲା କୋଠା ଭୁଶୁଡ଼ି ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଭିୱଣ୍ଡିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଘଟଣାରେ୨୦ ରୁ ଅଧିକ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣା ସଂପର୍କରେ ସୂଚନା ମିଳିବା ପରେ ଏନଡିଆରଏଫ ୨ଟି ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁସାରେ ଏହି କୋଠା ଦୁର୍ବଳ ଅବସ୍ଥାରେ ଥିଲା । ଏହି କୋଠା ଭୁଶୁଡ଼ିବା ପରେ ସ୍ଥାନୀୟ ଅଂଚଳରେ ଭୟ ସୃଷ୍ଟି ହୋଇଥିଲା । ମାଟି ତଳେ ଚାପି ହୋଇଯାଇଥିବା ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ତେବେ ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ମଧ୍ୟ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।