କରନା ରେ ପୀଡିତ ମାଓ ଦମ୍ପତି ଆତ୍ମ ସମର୍ପଣ

କରନା ରେ ପୀଡିତ ମାଓ ଦମ୍ପତି ଆତ୍ମ ସମର୍ପଣ

ମାଲକାନଗିରି : ମାଲକାନଗିରି ଜ଼ୀଲ୍ଲା ସୀମାନ୍ତ ଛତିଶଗଡ଼ କାଂକେର ଜ଼ୀଲ୍ଲାରେ କରନା ରେ ପୀଡିତ ମାଓ ଦମ୍ପତି ଆତ୍ମ ସମର୍ପଣ । କାଂକେର ଜ଼ୀଲ୍ଲା ରେ ଥିବା ବି ଏସ ଏଫ କ୍ୟାମ୍ପ ଠାରେ ଏହି ମାଓ ଦମ୍ପତି ଅସୁସ୍ଥ ଥିବା ହେତୁ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମ ସମର୍ପଣ ପରେ ସେହି ମାଓ ଦମ୍ପତିଙ୍କୁ ଚିକିସ୍ୟା କରିବାରୁ ସେମାନେ କରନା ଆକ୍ରାନ୍ତ ବୋଲି ସୂଚନା ମିଳିଥିଲା। ଏହାପରେ ସେହି ମଓଦମ୍ପତି ଙ୍କୁ କାଂକେର ଚିକିସ୍ୟାଲୟରେ ଚିକିତ୍ସା କରା ଯାଉଛି । ମାଓ ଦମ୍ପତି ଦୁହେଁ ହେଲେ ଅର୍ଜୁନ ତାତି ଓ ଲଷ୍ମୀ ତାତି । ବହୁ ବର୍ଷ ଧରି ଏମାନେ ମାଓ ସଂଘଠନ ରେ କାର୍ଯ୍ୟ କରୁଥିଲେ । ସୂଚନା ଅନୁଯାୟୀ ଉତର ବସ୍ତରରେ ଏରିଆ କମିଟି ମେମ୍ବର ଭାବେ ରହି ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ । ଯଦି ଅନ୍ୟ କୌଣସି ମାଓବାଦୀ କରନା ରେ ପୀଡିତ ଅଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅନୁରୋଧ କରା ଯାଇଛି ।