ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ ଖସିଗଲେ ମାଓବାଦୀ

ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ ଖସିଗଲେ ମାଓବାଦୀ

ମାଲକାନଗିରି : ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ ଖସିଗଲେ ମାଓବାଦୀ ା କୁମ୍ବିଂ ଅପରେସନ ପରେ ପୋଲିସ ସମ୍ପୃକ୍ତ ଜଙ୍ଗଲରୁ ଜବତ କଲା ଏକ ଦେଶି ବନ୍ଧୁକ ସହିତ କିଛି ମାଓ ସାମଗ୍ରୀ ା ଏନେଇ ଆଜି କନ୍ଧମାଳ ଏସ୍ପି ବିନତି ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ା ରାଇକିଆ ଥାନା ଅନ୍ତର୍ଗତ ଗଞ୍ଜାମ. କନ୍ଧମାଳ ସୀମାନ୍ତ ବାଇବାଲି ଜଙ୍ଗଲରେ ମାଓବାଦୀ ମାନେ ଚଳପ୍ରଚଳ କରୁଥିବା ବିଶେଷ ସୂତ୍ରରୁ ଖବର ପାଇ କନ୍ଧମାଳ ପୋଲିସ ଗତ 28 ତାରିଖ ଦିନ ଏସଓଜୀ ଟିମ କୁମ୍ବିଂ ଆରମ୍ଭ କରିଥିଲା ା ହେଲେ 30 ତାରିଖ ଦିନ ଏସଓଜୀ ଓ ମାଓବାଦୀ ମଧ୍ୟରେ ମୁହାମୁହିଁ ହୋଇଥିଲା ମାଓବାଦୀ ମାନେ ଅଚାନକ ଗୁଳିଚାଳନା ଆରମ୍ଭ କରିଦେଇଥିଲେ ଏହାର ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚଳାଇଥିଲେ ା ପ୍ରାୟ 30 ମିନଟ ଧରି ଗୁଳି ବିନିମୟ ହୋଇଥିଲା ା ତେବେ ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ ା ତେବେ ଉକ୍ତ ଦଳରେ 20 ରୁ 25 ଜଣ ମାଓବାଦୀ ଥିବା ବେଳେ ସେମାନେ ଓଡିଶା ଷ୍ଟେଟ କମିଟିର ସଦସ୍ୟ ବୋଲି ସନ୍ଦେହ କରାଯାଉ ଥିବା ଏସ୍ପି ସୂଚନା ଦେଇଛନ୍ତି ା ସେହି ଆଞ୍ଚରେ ବର୍ତମାନ ପର୍ଯ୍ୟନ୍ତ କୁମ୍ବିଂ ଅପରେସନ ଚାଲିଥିବା ବେଳେ ଉକ୍ତ ଜଙ୍ଗଲରୁ ଗୋଟିଏ ଦେଶୀ ବନ୍ଧୁକ ସହ ଗୋଟିଏ 8 ଏମ୍ ଏମ୍ ଗୁଳି, ଗୋଟିଏ ବ୍ୟାଟେରୀ, କିଛି ମାଓ ପୁସ୍ତିକା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଏସ୍ପି ପ୍ରକାଶ କରିଛନ୍ତି ା