ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଏଥର ୯୭.୮୯ ପ୍ରତିଶତ ପିଲା ପାସ

ଭୁବନେଶ୍ୱର: ରାଜ୍ୟ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ ଅଫିସ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଫଳାଫଳ ଘୋଷଣା କରିଥିଲେ । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ, ୫ ଲକ୍ଷ ୬୨ ହଜାର ୧୦ ଜଣ ପରୀକ୍ଷାର୍ଥୀ ପାସ୍ , ୭୭୦୩ ଜଣ ପରୀକ୍ଷାର୍ଥୀ ଫେଲ୍, ଏ-୧ ଗ୍ରେଡ୍ – ୨୬୫୬ ଜଣ , ଏ-୨ ଗ୍ରେଡ୍ – ୨୨,୧୩୧ ଜଣ, ବି-୧ ଗ୍ରେଡ୍ – ୯୨,୨୯୯ ଜଣ, ବି-୨ ଗ୍ରେଡ୍ – ୯୪ ହଜାରରୁ ଅଧିକ, ୫,୯୪୫ ସ୍କୁଲରେ ପାସହାର ଶତପ୍ରତିଶତ ।
ରାଜ୍ୟରେ ୫୯୪୫ ସ୍କୁଲରେ ଶତପ୍ରତିଶତ ପାଶହାର ରହିଥିବା ବେଳେ ଏହା ସହିତ ପ୍ରଥମ ଥର ପାଇଁ କୌଣସି ସ୍କୁଲରେ ଶୂନ ପରୀକ୍ଷା ଫଳ ହୋଇନାହିଁ ।

ସନ୍ଧ୍ୟା ୬ଟାରେ www.besodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏହା ସହ ୱେସାଇଟ bseodisha.nic.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ ।