କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଖୁସିଖବର: ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । କାଲି ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ www.besodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ୱେସାଇଟ www.besodisha.nic.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ ।ତେବେ ଇଣ୍ଟରନେଟ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ମୋବାଇଲ ଏସଏମଏସରେ ବି ରେଜଲ୍ଟ ଦେଖିପାରିବେ । ନିଜ ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ରେଜଲ୍ଟ ଜାଣିପାରିବେ ।