୨୦୨୧ ସୁଦ୍ଧା ଇଣ୍ଟରନେଟ୍‌ ଏକ୍ସପ୍ଲୋରର୍‌ ବନ୍ଦ କରିବ ମାଇକ୍ରୋସଫ୍ଟ

୨୦୨୧ ସୁଦ୍ଧା ଇଣ୍ଟରନେଟ୍‌ ଏକ୍ସପ୍ଲୋରର୍‌ ବନ୍ଦ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ତାର ୨୫ ବର୍ଷର ପୁରୁଣା ବ୍ରାଉଜର ଇଣ୍ଟରନେଟ ଏକ୍ସପ୍ଲୋରର୍‌ କୁ ବହୁତ ଶୀଘ୍ର ବନ୍ଦ କରିବାକୁ ଯାଉଛି। ୧୭ ଅଗଷ୍ଟ ୨୦୨୧ ବିବରଣୀ ଅନୁଯାୟୀ ମାଇକ୍ରୋସଫ୍ଟ ଇଣ୍ଟରନେଟ ଏକ୍ସପ୍ଲୋରର୍‌ ପାଇଁ ତାର ସମସ୍ତ ପ୍ରକାର ସହାୟତା ନଭେମ୍ବର ସୁଦ୍ଧା ବନ୍ଦ କରିବ। ଏବଂ ଏହାର ବଦଳ ଭାବେ ମାଇକ୍ରୋସଫ୍ଟ ଏଜ୍‌ କାମ କରିବ, ଯାହାର ଇଣ୍ଟରନେଟ ଏକ୍ସପ୍ଲୋରର୍‌ଠାରୁ ଅଧିକ ବୈଶିଷ୍ଟ୍ୟ ରହିବ।

 ସୂଚନାଯୋଗ୍ୟ – ଆଜି ପର୍ଯ୍ୟନ୍ତ ମଧ୍ୟ କେତେକ ସରକାରୀ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକ ଇଣ୍ଟରନେଟ ଏକ୍ସପ୍ଲୋରର୍‌କୁ ବ୍ୟବହାର କରୁଛନ୍ତି।