ତିର୍ତ୍ତଳ ବାଲେଶ୍ୱର ସଦର ନିର୍ବାଚନ ସଫଳତା କୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା

ତିର୍ତ୍ତଳ ବାଲେଶ୍ୱର ସଦର ନିର୍ବାଚନ ସଫଳତା କୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଗତ ନିର୍ବାଚନରେ ବାଲେଶ୍ୱର ସଦର ସିଟ ବିଜେପି ପାଖରେ ଥିଲା। ସେମାନେ ଯେତେ ଭୋଟରେ ଜିତିଥିଲେ ଆମେ ମଧ୍ୟ ସେତିକି ଭୋଟରେ ଜିତିଲୁ। ଏହି ନିର୍ବାଚନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ସେଥିପାଇଁ ଆମେ ସନ୍ତୁଷ୍ଟ। ବିଜେଡି ବାଲେଶ୍ଵର ରୁ ଯାହାକୁ ପ୍ରାର୍ଥୀ କରିଥିଲା ସେ କୌଣସି ବିଧାୟକ କିମ୍ୱା ପ୍ରତିଷ୍ଠିତ ନେତା ନ ଥିଲେ। ସେ ଥିଲେ ବିଜେଡିର ଜଣେ ସାଧାରଣ କର୍ମୀ। ତାଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଥିଲା ଏବଂ ଜିତେଇଲା। ବିଜେଡି ଜିତିବାର ମୂଳମନ୍ତ୍ର ନବୀନ ମନ୍ତ୍ର ଓ ତା ସହିତ ବିକାଶ ଓ ସୁଶାସନ। ବିଜେପି ପ୍ରାର୍ଥୀଙ୍କ ପ୍ରତି ଅନୁକମ୍ପା ଥିଲା ଓ କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ନେତା ବିଜେପି ପାଇଁ ପ୍ରଚାର କଲେ। ବିଜେଡି ସୁପ୍ରିମୋ କେବଳ ଭରଚୁଆଲ ରାଲି କରିଥିଲେ। ତା ସତ୍ତ୍ୱେ ମଧ୍ୟ ଆମେ ଜିତିଲୁ। ଅର୍ଥବଳ ଓ ବାହୁବଳ କଥା କହୁଥିବା ବିଜେପି ମଧ୍ୟ ଖର୍ଚ୍ଚ କରିଛି। ନିର୍ବାଚନ ରେ ଭୋଟ ଧ୍ରୁବିକରଣ ହୁଏ। କଂଗ୍ରେସ ଭୋଟ ବିଜେପିକୁ ଯାଇନଥିବ ବୋଲି କଣ ମାନେ ଅଛି। ଏ ଅଭିଯୋଗ ର କିଛି ମାନେ ନାହିଁ।