ବର୍ଷା ଓ କୁହୁଡି ର ମିଶ୍ରଣ। ମଧ୍ୟ ପ୍ରଦେଶ ଦେଇ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି

ବର୍ଷା ଓ କୁହୁଡି ର ମିଶ୍ରଣ। ମଧ୍ୟ ପ୍ରଦେଶ ଦେଇ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି

ଭୁବନେଶ୍ୱର: ବର୍ଷା ଓ କୁହୁଡି ର ମିଶ୍ରଣ। ମଧ୍ୟ ପ୍ରଦେଶ ଦେଇ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ଝାରସୁଗୁଡ଼ା, ସମ୍ବଲପୁର ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ମୟୂରଭଞ୍ଜ ଅନୁଗୋଳ ଜିଲ୍ଲାର ରେ ସ୍ବଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବାକି ଅଂଚଳରେ ପାଗ ଶୁଖିଲା ରହିବ। ସେହିପରି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ କଟକ ଜିଲ୍ଲାରେ ହାଲୁକା କୁହୁଡି ହେବାର ଆଶଙ୍କା ରହିଛି। ତେବେ ଆସନ୍ତା ୨-୩ ତିନି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ତାପମାତ୍ରା ରୁ ୩-୪ ଡିଗ୍ରୀ ବୃଦ୍ଧି ପାଇବା ପରେ ପୁଣି ରାତିର ସର୍ବନିମ୍ନ ତାପମାତ୍ରା ଖସିବାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।