ଆଜି ଏମ୍‌କେସିଜିରେ ୨ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ହେବ ଅସ୍ତ୍ରୋପଚାର

ଆଜି ଏମ୍‌କେସିଜିରେ ୨ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ହେବ ଅସ୍ତ୍ରୋପଚାର

ବ୍ରହ୍ମପୁର,୦୭/୦୬: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଏବେ ଦୁଇଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସାଧୀନ ରହିଛନ୍ତି । ସୋମବାର ଉଭୟଙ୍କ ଅସ୍ତ୍ରୋପଚାର କରିବାକୁ ଯୋଜନା କରାଯାଇଛି । ଅସ୍ତ୍ରୋପଚାର କରିବା ପୂର୍ବରୁ କେତେକ ପରୀକ୍ଷା କରାଯିବ ।ସେଥିରେ ଯଦି ରିପୋର୍ଟ ଠିକ୍ ରହିବ ତାହେଲେ ରୋଗୀଙ୍କ ବ୍ଲାକ୍ ଫଙ୍ଗସ୍ ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର । ଉଭୟ କରୋନାରୁ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ପୂର୍ବରୁ ଜଟିଳ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ କରିଛି । ବ୍ଲାକ୍ ଫଙ୍ଗସ୍ ଥିବା ଜଣାପଡିବା ପରେ ଅସ୍ତ୍ରୋପଚାର କରିବାକୁ ପଦକ୍ଷେପ ନିଆଯାଇଛି ।ଏହି ଦୁଇଜଣ ରୋଗୀଙ୍କ ନାକରୁ କଳାପାଣି ବାହାରୁଛି । ଉଭୟଙ୍କୁ ଇଏନ୍ଟିରେ ରଖି ଚିକିତ୍ସା କରାଯାଉଛି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ମସ୍ତିସ୍କ ପକ୍ଷାଘାତରେ ଆକ୍ରାନ୍ତ ଥିବା ବେଳେ ଆଉ ଜଣେ କିଡ୍ନି ରୋଗରେ ଆକ୍ରାନ୍ତ ଅଛନ୍ତି । ଯାହାଫଳରେ ବ୍ଲାକ୍ ଫଙ୍ଗସ୍ ଅସ୍ତ୍ରୋପଚାର କରିବାରେ ସମସ୍ୟା ହେଉଛି ବୋଲି କହିଛନ୍ତି ଅଧୀକ୍ଷକ ପ୍ରଫେସର ମିଶ୍ର ।