ଗଭୀର ଅବପାତରେ ପରିଣତ ହେବ ଲଘୁଚାପ

ଗଭୀର ଅବପାତରେ ପରିଣତ ହେବ ଲଘୁଚାପ

ଭୁବନେଶ୍ୱର: ୱେଲ୍ମା-ମାର୍କଡ୍ ଲୋ ‌ଏବେ ଉତ୍ତର-ପଶ୍ଚିମ ତଥା ସଲଘ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ତଥା ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି, ଏହି ଲଘୁଚାପ ସହ ଜଡିତ ଘୁର୍ନିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିମି ଉଚ୍ଚତା ଯାଇଁ ବାୟୁମଣ୍ଡଳ ରେ ବ୍ୟାପିଛି | ଏହା ଆଗାମୀ ୪୮ ଘଣ୍ଟାରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତିକରି ଓଡିଶା ଉପକୂଳ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ର ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି | ଏହା ଆଗାମୀ ୧୨ ଘଣ୍ଟାରେ ଅବପାତ ଏବଂ ପରବର୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି |

ଏହାର ପ୍ରଭାବରେ ଆଜି ରାଜ୍ୟର ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ଅତି ପ୍ରବଳ ବର୍ଷା ଆଶଙ୍କା ଏବଂ ଅନ୍ୟ ୬ ଜିଲ୍ଲା ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା।