ଦିଦି ଙ୍କୁ ଶୁଭକାମନା ଜଣାଇଲେ ମୋଦୀ

ଦିଦି ଙ୍କୁ ଶୁଭକାମନା ଜଣାଇଲେ ମୋଦୀ

ନୂଆଦିଲ୍ଲୀ ୦୨।୦୫: ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମକେ ଷ୍ଟାଲିନ ସମେତ ଅନ୍ୟ ରାଜ୍ୟର ବିଜେତା ପାର୍ଟିକୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ବିଶେଷ କରି ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଇ ଲେଖିଛନ୍ତି, ପଶ୍ଚିମବଙ୍ଗରେ ତୃଣମୂଳର ବିଜୟ ନେଇ ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଉଛି। କରୋନା ମହାମରୀ ଲଢେଇରେ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଜନତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ଆମ ପାର୍ଟିକୁ ଆଶୀର୍ବାଦ ଦେଇଥିବାରୁ ମୁଁ ପଶ୍ଚିମବଙ୍ଗର ଭାଇ ଓ ଭଉଣୀଙ୍କୁ ଧନ୍ୟବାଦ ଦେଉଛି। ବିଜେପି ରାଜ୍ୟବାସୀଙ୍କ ସେବା କରି ଚାଲିବ। ନିର୍ବାଚନରେ ଅକଥନୀୟ ପ୍ରୟାସ କରିଥିବା ପାର୍ଟିର ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।