ବାତ୍ୟାଞ୍ଚଳ ଅଲଗା ଅଲଗା ପରିଦର୍ଶନ କରିବେ ମୋଦୀ-ମମତା

ବାତ୍ୟାଞ୍ଚଳ ଅଲଗା ଅଲଗା ପରିଦର୍ଶନ କରିବେ ମୋଦୀ-ମମତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ୟଶ୍ ଦ୍ୱାରା ପ୍ରଭାବିତ ହୋଇଥିବା ଦୁଇ ରାଜ୍ୟ; ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ସମୀକ୍ଷା କରିବେ । ବର୍ତ୍ତମାନ ସେ ଓଡିଶାରେ ପହଞ୍ଚି ସାରିଛନ୍ତି । ଆଉ କିଛି ସମୟପରେ ବାତ୍ୟାଞ୍ଚଳ ମାନଙ୍କରେ ଏରିୟଲ୍ ସର୍ଭେ କରିବେ । ଏହାପରେ ସେ ଓଡିଶାରୁ ପଶ୍ଚିମବଙ୍ଗ ଗସ୍ତ କରିବେ । ସେଠାରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳ ସବୁକୁ ବୁଲି ଦେଖିବେ । ତେବେ ବିଶେଷ କଥା ହେଉଛି ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲଗା ଅଲଗା ହୋଇ ପରିଦର୍ଶନ କରିବେ ।ତେବେ ବାତ୍ୟା ସମୀକ୍ଷା ବୈଠକ ଆଜି ଦ୍ୱିପହର ୨ଟା ୩୦ ରୁ ୩ଟା ୩୦ ଭିତରେ ହେବ । ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତିଗତ ସାକ୍ଷାତ । ତେବେ ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗଲର ପୂର୍ବ ମେଦିନୀପୁର ଅଞ୍ଚଳ ବୁଲି ଦେଖିବେ ।