ଆସନ୍ତା ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଆସନ୍ତା ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ କିନ୍ତୁ ପ୍ରଶ୍ନକାଳ ରହିବନି । ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି ।ତେବେ ଅକ୍ଟୋବର ୪ତାରିଖ ରବିବାର ବି ଅଧିବେଶନ ଚାଳୁ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ୨ ତାରିଖ ଗାନ୍ଧି ଜୟନ୍ତୀ ଦିନ ଅଧିବେଶନ ଛୁଟି ରହିବ ।