ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ୭୦୦୦ରୁ ଅଧିକ ସନ୍ଥ କରୋନା ପଜିଟିଭ୍

ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ୭୦୦୦ରୁ ଅଧିକ ସନ୍ଥ କରୋନା ପଜିଟିଭ୍

ଦେଶରେ କରୋନା ମହାମାରୀ ଜାରି ରହିଥିବା ବେଳେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାର ଆୟୋଜନ ହୋଇଥିଲା । ହେଲେ ସେଠାରେ କରୋନା ମହାମାରୀକୁ ଧ୍ୟାନରେ ରଖି ସମସ୍ତ ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସାଧାରଣ ଲୋକ ସହିତ ସେଠାକୁ ଆସିଥିବା ସନ୍ଥ ମାନେ କେହି ବି କରୋନା ନିୟମକୁ ମାନିନଥିଲେ । ଯାହା ଫଳରେ ଯାହା ଡର ଥିଲା ତାହା ହୋଇଛି । ବର୍ତ୍ତମାନର ସୁଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କୁମ୍ଭମେଳାରେ ପାଖାପାଖି ୫୦ ଜଣ ସନ୍ଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଏଭଳି ପରିସ୍ଥିତିରେ ସରକାର ମେଳାକୁ ରୋକିବା ନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଏହାକୁ ବନ୍ଦ କରିବା ପରିବର୍ତ୍ତେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କହିଛନ୍ତି । ତେବେ ଖାଲି ଆଜି ଚିହ୍ନଟ ହୋଇଥିବା ସନ୍ଥ ମାନେ ନୁହନ୍ତି ବରଂ ଗତ ୫ ଦିନରେ ୭୦୦୦ରୁ ଅଧିକ ଲୋକ ଏହି କୁମ୍ବମେଳାରୁ କରୋନା ପଜିଟିଭ୍ ଚିହ୍ନଟ ହେଲେଣି । ଯାହା ରାଜ୍ୟର କରୋନା ସ୍ଥିତିକୁ ଗମ୍ଭୀର କରିବାରେ ଲାଗିଛି ।ସୁଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ କୁମ୍ଭମେଳାରୁ ୫୦ ସନ୍ଥ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୩ ଜଣ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିକଟରେ ନିର୍ବାଣ ଆଖାଡାର ସନ୍ଥ କପିଲଦେବଙ୍କ କରୋନାରେ ମୃତ୍ୟୁ ହେବା ପରେ ଦୁଇଟି ଆଖଡାର ସାଧୁ ସନ୍ଥ ମାନେ ଏହି ମେଳାକୁ ବନ୍ଦ କରିବାକୁ ଅପିଲ୍ କରିଥିଲେ । ତେବେ ଏହି ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ଏକ ବୈଠକ କରିବେ ବୋଲି ସୁଚନାରୁ ଜଣାପଡିଛି ।