ଭୋଗ ଖାଇ ଗୋଟିଏ ପରିବାରର ୬ରୁ ଅଧିକ ଅସୁସ୍ଥ, ୪ ଜଣଙ୍କ ଅବସ୍ଥା ଗୁରୁତର

ଭୋଗ ଖାଇ ଗୋଟିଏ ପରିବାରର ୬ରୁ ଅଧିକ ଅସୁସ୍ଥ, ୪ ଜଣଙ୍କ ଅବସ୍ଥା ଗୁରୁତର

ଉଦଳା: ଘରେ ହୋଇଥିବା ସତ୍ୟନାରାୟଣ ପୂଜାର ଭୋଗ ଖାଇ ଗୋଟିଏ ପରିବାରର ୬ ଜଣରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଗୁରୁତର ୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୋଲଗଡିଆ ଗ୍ରାମର ବାବୁରାମ ସେଠୀଙ୍କ ଘରେ ବୁଧବାର ସତ୍ୟନାରାୟଣ ପୂଜା ହୋଇଥିଲା । ସନ୍ଧ୍ୟାରେ ସମସ୍ତେ ସତ୍ୟନାରାୟଣ ପୂଜା ଭୋଗ ଖାଇ ଶୋଇଥିବା ବେଳେ ଗତକାଲି ସକାଳ ସମୟରୁ ପରିବାରର ୬ ଜଣରୁ ଅଧିକଙ୍କ ଶରୀର ଅସୁସ୍ଥ ହେବାକୁ ଲାଗିଥିଲା ।

ଗୁରୁବାର ସନ୍ଧ୍ୟା ସମୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ଶାଳଚୁଆ ଡାକ୍ତରଖାନା ଏବଂ ଶୁକ୍ରବାର ସକାଳୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁରୁତର ୪ ଜଣ ସତ୍ୟନାରାୟଣ ପୂଜା ଭୋଗ ଖାଇବା ପରେ ସେମାନଙ୍କ ମୁଣ୍ଡ ବିନ୍ଧିବା ସହିତ ଝାଡା ହୋଇଥିଲା । ଏପରିକି ଜ୍ବର ମଧ୍ୟ ଆସିଥିଲା । ତେବେ ଏହି ଗୁରୁତର ୪ ଜଣ ଏବେ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।