ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଛି କରୋନା; ସର୍ବାଧିକ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ

ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଛି କରୋନା; ସର୍ବାଧିକ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୧୫ ।୪: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଆଜି ଦିନରେ ୩ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ୧୭୩୩ ଜଣ କ୍ୱାରେଣ୍ଟାଇନରେ ଚିହ୍ନଟ ହୋଇ ଥିବାବେଳେ ୧୨୫୬ ଟି ଲୋକାଲ୍ କେସ୍ ରହଛିି । ସେହିପରି ୨ ଜଣଙ୍କର କରୋନାରେ ମୃତ୍ୟୁ ମଧ୍ୟ ଘଟିଛି ।ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୨୯୮୯ଟି ନୂଆ କେସ୍ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୩୪୨ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୧,୭୩୩ ସୁସ୍ଥ ହୋଇଥିବା ବେଳେ ୧୪,୬୨୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩୫ ପହଞ୍ଚିଛି । ମୃତ ବ୍ୟକ୍ତି ଯଥାକ୍ରମେ କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି । ଏହା ସହିତ କଳାହାଣ୍ଡିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୩୭ ରେ ପହଞ୍ଚିଛି ।