ଖୋଲିଲା ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ

ଖୋଲିଲା ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର:ଖୋଲିଲା ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ। ୧୫ ଦିନ ପରିବର୍ତେ ୮ ଦିନେ ଖୋଲା ଅଫିସ। ବିଏମସି ଅଧିକାରୀ ଖୋଲିଲେ ଅଫିସ। ଅଫିସ ଖୋଲିବା ପୂର୍ବରୁ ସରକାର ଙ୍କୁ ଟାର୍ଗେଟ କଲେ ଅପରାଜିତା। ଅଫିସ ସିଲ କରିବା ବେଆଇନ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ ଅପରାଜିତା।

କାର୍ଯ୍ୟାଳୟ ବନ୍ଦ କରିବା ଭୁଲ ଥିଲା ଓ ବେଆଇନ ଥିଲା। କେବଳ ଆକ୍ରୋସମୂଳକ ଭାବେ ଏହାକୁ ବନ୍ଦ କରାଯାଇଥିଲା। ବିଧାୟକ ମନ୍ତ୍ରୀ କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ବିଜେଡି ଅଫିସ କାହିଁକି ସିଲ ହେଲାନି। ମୋର ଆର୍ଥିକ କ୍ଷତି ହୋଇଛି। ମାନସିକ ଯନ୍ତ୍ରଣା ଦିଆଯାଇଛି। ଭାବମୂର୍ତି ଉପରେ ଆଞ୍ଚ ଅଣାଯାଇଛି। ମୁ କ୍ଷତିପୂରଣ ପାଇବାକୁ ଦାବି କରିପାରେ ଓ ସର୍କାରଙ୍କ ବିରୋଧରେ ମାନହାନି ମକଦମା ଦାୟର କରିପାରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସେପଟେମ୍ବର ୩୦ର ଗାଇଡ଼ଲାଇନଙ୍କୁ ଉଲ୍ଲଂଘନ କରାଯାଇଛି। ସରକାର ସେ ଗାଇଡ଼ ଲାଇନକୁ ନ ପଢି ନିଜ ଗାଇଡ଼ ଲାଇନ ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ଗାଇଡ଼ ଲାଇନ କେହି ପରିବର୍ତନ କରିପାରିବେନି। ତେଣୁ କୋଭିଡ ନିୟମ ଲାଗୁ କରିବା ସରକାରଙ୍କ କୌଣସି ନୈତିକତା ନାହିଁ।