ବାତ୍ୟା ପାଇଁ ମୁମ୍ବାଇ ଓ ସୁରଟ ଏୟାରପୋର୍ଟ ବନ୍ଦ

ବାତ୍ୟା ପାଇଁ ମୁମ୍ବାଇ ଓ ସୁରଟ ଏୟାରପୋର୍ଟ ବନ୍ଦ

ନୂଆଦିଲ୍ଲୀ, ୧୭/୦୫ : ଦେଶରେ କୋଭିଡ୍ ମହାମାରୀ ଜାରି ରହିଥିବା ବେଳେ ଦକ୍ଷିଣ ପଶ୍ଚିମ ଉପକୂଳର ୫ଟି ରାଜ୍ୟରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି ଗତକାଲି ଗୋଆ, କର୍ଣ୍ଣାଟକ କେରଳରେ ପ୍ରବଳ ଝଡ ବର୍ଷା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି ତେବେ ଆଜି ବାତ୍ୟା ତାଉକ୍ତେ ଗୁଜୁରାଟ ମୁହାଁ ହୋଇଥିବା ବେଳେ ମୁମ୍ବାଇରେ ଭୀଷଣ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ଏହି କାରଣରୁ ମୁମ୍ବାଇ ବିମାନ ବନ୍ଦର ଏବଂ ସୁରାଟ ବିମାଟ ବନ୍ଦରକୁ ବନ୍ଦ କରି ଦିଆଯାଇଛି ମୁମ୍ବାଇରେ ଏବେ ଝଡବର୍ଷା ଯୋଗୁଁ ଗଳି ଗଳିରେ ଆଣ୍ଠୁଏ ଲେଖାଏଁ ପାଣି ମାଡି ଯାଇଥିବା ଦେଖିବାକୁ ମିଳିଛି ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ସୁଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟାରେ ୮ଜଣଙ୍କର ମୃତ୍ୟୁ ହୋଇଯାଇଛି ମୁମ୍ବାଇରେ ବାତ୍ୟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ୍ ବିମାନ ବନ୍ଦରକୁ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି ଏଥିସହିତ ଏଠାକୁ ଆସୁଥିବା ବିମାନ ଗୁଡିକ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପରିବର୍ତ୍ତନ କରି ଦେଇଛନ୍ତି ଭାରି ବର୍ଷା ଯୋଗୁଁ ସ୍ପାଇସଜେଟ୍ କୁ ସୁରଟ ଏବଂ ଇଣ୍ଟିଗୋ ବିମାନକୁ ହାଇଦ୍ରାବାଦ୍ କୁ ପଠାଯାଇଛି ବାତ୍ୟାର ମୁକାବିଲା ପାଇଁ ମୁମ୍ବାଇ ରେ ୩ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୨ଟି ଟିମ୍ ନିୟୋଜିତ ହୋଇଚନ୍ତି