ଆଇପିଏଲ୍ ଫାଇନାଲରେ ମୁମ୍ବାଇ

ଆଇପିଏଲ୍ ଫାଇନାଲରେ ମୁମ୍ବାଇ

ଦୁବାଇ: ଆଇପିଏଲର ପ୍ରଥମ ପ୍ଲେ-ଅଫ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟରେ ଦଳର ଦୁଇ ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ଓ ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରି ନ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ (୩୮ ବଲରେ ୫୧), ଇଶାନ କିଶାନ(୩୦ ବଲରେ ୫୫), ହାର୍ଦ୍ଦିକ ପାଣ୍ଡ୍ୟା(୧୪ ବଲରେ ୩୭)ଙ୍କ ପରେ ଜସପିତ ବୁମରା ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଯୋଗୁଂ ମୁମ୍ବାଇ ଏହି ବିଜୟ ହାସଲ କରିଛି । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟି କରି ୫ ୱିକେଟ ହରାଇ ୨୦୦ ରନ କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସଫଳ ବୋଲର ଭାବେ ରବି ଚନ୍ଦ୍ରନ ଅଶ୍ୱିନୀ ୨୯ ରନରେ ୩ ୱିକେଟ ଓ ଆନରିକ ନୋରଜେ ଏବଂ ମାର୍କସ ଷ୍ଟୋନିସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଦଖଳ କରିଥିଲେ । ତେବେ ୨୦୧ ରନର ଟାର୍ଗେଟକୁ ପିଛା କରି ଦିଲ୍ଲୀ ନିର୍ଧାରିତ ଓଭରରେ ୮ ୱିକେଟ ହରାଇ ୧୪୩ ରନ କରିପାରିଥିଲା । ସୁବୁବେଳେ ଭଲ ଆରମ୍ଭ ଦେଉଥିବା ଦିଲ୍ଲୀର ଓପନି ଯୋଡି ଆଜିର ଗୁରୁତ୍ୱପୂର୍ଣ ମ୍ୟାଚରେ ଭଲ କରିପାରିନଥିଲା । ଶୂନ ରନକେ ୩ ୱିକେଟ ହରାଇ ଦିଲ୍ଲୀ ସଙ୍କଟରେ ପଡିଥିଲା । ଦଳର ତିନି ପ୍ରମୁଖ ବ୍ୟାଟସମ୍ୟାନ ପ୍ରିଥିବୀ ସା, ଶିଖର ଧାବନ, ଅଜିଙ୍କ୍ୟା ରାହାଣେ ୦ ରନ କରି ଆଉଟ ହୋଇଥିଲ । ପରେ ଅଧିନାୟକ ଶ୍ରେୟାସ ଆୟାର ୧୨ ରନ କରି ବୁମରାଙ୍କ ଶିକାର ହୋଇଥିଲେ । ତେବେ ମାର୍କ୍ସ ଷ୍ଟୋଇନିସ( ୪୬ ବଲରେ ୬୫ ରନ) ଏବଂ ଅକ୍ସର ପଟେଲ( ୩୩ ବଲରେ ୪୨ ରନ) ବଳରେ ଦଳ ସମ୍ମାନ ୧୪୩ ରନ କରିପାରିଥିଲା । ଏହି ଦମଦାର ବିଜୟ ସହ ପ୍ରଥମ ଦଳ ଭାବେ ମୁମ୍ବାଇ ଏକାଥରକେ ଫାଇନାରେ ପ୍ରବେଶ କରିଛି ।