ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକରଣ କ୍ଷେତ୍ରରେ ଅସୁବିଧାକୁ ନେଇ ନବୀନ ଏହି ଚିଠି ଲେଖିଥିବା ଜଣାପଡିଛି କୋଭିଡ ସଙ୍କଟରୁ ଲୋକଙ୍କୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ଟିକାକରଣ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ରାଜନୈତିକ ବିବିଧତା ସତ୍ତ୍ୱେ ଏକ ହୋଇ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତଙ୍କୁ ନିବେଦନ କରିଛନ୍ତି ତେବେ କିଛି ରାଜ୍ୟ ଗ୍ଲୋବାଲ ଟେଣ୍ଡର କରିଥିଲେ ବି ସଫଳତା ପାଇନାହାନ୍ତି ଟିକା ଯୋଗାଣରେ କେନ୍ଦ୍ରୀୟ ନିୟନ୍ତ୍ରଣ ଯୋଗୁଁ ଏହି ସଫଳତା ମିଳୁନାହିଁ ରାଜ୍ୟରେ ଟିକାକରଣର ନିୟନ୍ତ୍ରଣ ରାଜ୍ୟ ହାତରେ ରଖିବାକୁ ନବୀନ ମତ ଦେଇଛନ୍ତି ଏହା ସହ ନବୀନ କହିଛନ୍ତି ଯେ, କେନ୍ଦ୍ର ଟିକା କିଣି ରାଜ୍ୟଗୁଡିକୁ ଯୋଗାଇବା ବ୍ୟବସ୍ଥା କରୁ ତୃତୀୟ ଲହର ଆସିବା ଆଗରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଜରୁରୀ ଜୀବନ ଜୀବିକା ଲାଗି ସଂଘୀୟ ବ୍ୟବସ୍ଥାରେ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି