କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ହେବାର ନଅ ମାସ ପରେ ନିଜର ନୂଆ ଟିମ୍ ଘୋଷଣା କଲେ ଜେପି ନଡ୍ଡା। ଭାରତୀୟ ଜନତା ପାର୍ଟି ଆଜି ନିଜର ନୂଆ କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା କରିଛି। ନଡ୍ଡାଙ୍କ ଏହି ଟିମରେ ୧୨ ଜଣ ଉପ-ସଭାପତି ରହିବା ସହିତ ୮ ଜଣ ସାଧାରଣ ସମ୍ପାଦକ ରହିଛନ୍ତି।ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ । ସାଂସଦ ଅପରାଜିତା ଷଡଙ୍ଗୀ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା । ପୂର୍ବଭଳି ଉପାଧ୍ୟକ୍ଷ ପଦରେ ରହିଛନ୍ତି ବୈଜୟନ୍ତ ପଣ୍ଡା ।ଏହା ସହ ଟିମରେ ସାମିଲ ଥିବା ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସି , ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣ, ଏମ ଚୌବେ ଏଓ. ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।