ଗତକାଲି ଦୁର୍ଲଭ ନାଗାର୍ଜୁନ ବେଶ ଓଲାଗି ପରେ ଏହାକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା।

ଗତକାଲି ଦୁର୍ଲଭ ନାଗାର୍ଜୁନ ବେଶ ଓଲାଗି ପରେ ଏହାକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା।

ପୁରୀ : ଗତକାଲି ଦୁର୍ଲଭ ନାଗାର୍ଜୁନ ବେଶ ଓଲାଗି ପରେ ଏହାକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା। ତେବେ ବିଡମ୍ବନାର ବିଷୟ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ଚନ୍ଦ୍ର ସୂର୍ଯ୍ୟକୁ ଜଣେ ଶ୍ରୀମନ୍ଦିର ତଳିଆ କର୍ମଚାରୀ ଆଜି ଜନୈକ ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା। କାହା ନିର୍ଦ୍ଦେଶରେ ଏହି ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ଭିତରୁ ବାହାରକୁ ଆସିଲା ଏବଂ କେଉଁ ସେବାୟତଙ୍କ ଘରକୁ ଏହା ନିଆଗଲା ତାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ପୂର୍ବରୁ ଏହି ନାଗାର୍ଜୁନ ବେଶକୁ ସଂରକ୍ଷଣ କରି ରଖାଯିବା ପାଇଁ ଛତିଶା ନିଯୋଗ ଓ ପରେ ପରିଚାଳନ କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଅବଢା ଯୋଜନାରେ ନିର୍ମାଣ ହେବା ପାଇଁ ଥିବା ସଂଗ୍ରହାଳୟରେ ସରଂକ୍ଷଣ କରି ରଖାଯିବା ପାଇଁ ବିସ୍ତୃତ ଭାବରେ ନିଷ୍ପତି ନିଆଯାଇଥିଲା। ଯାହାକି ଦୀର୍ଘ ୨୫ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ଦୁର୍ଲଭ ବେଶର ଆକର୍ଷଣୀୟ ନିର୍ମାଣକୁ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ମାନେ ଦେଖିବାର ସୁଯୋଗ ପାଇଥାନ୍ତେ। ତେବେ ଗତକାଲି ଏହି ବେଶ ସରିବା କ୍ଷଣି ଆଜି ଏଭଳି ବେଶ ଶ୍ରୀମନ୍ଦିର ବାହାରକୁ ଆସିବା ଘଟଣା ନିନ୍ଦନୀୟ ଏବଂ ତଦନ୍ତ ସାପେକ୍ଷ ବୋଲି ବରିଷ୍ଠ ସେବାୟତ ଓ ନୀତି ପ୍ରଶାସକ କହିଛନ୍ତି। ସେପଟେ କିଭଳି ଶ୍ରୀମନ୍ଦିର ପ୍ରଶାସନର କଷ୍ଟୋଡିରେ ଥିବା ବେଶ ମଧ୍ୟରୁ ଚନ୍ଦ୍ରସୂର୍ଯ୍ଯ ଜଣେ ବରିଷ୍ଠ ସେବାୟତଙ୍କ ପାଖକୁ ଗଲା ତାହା ଉପରେ ତଦନ୍ତ କରାଯାଉ । ଏହା ଏକ ପରିଚାଳନା ଗତ ତୃଟି ବୋଲି ଅଭିଯୋଗ କରିଛନ୍ତି ସିଂହାରୀ ସେବାୟତ।