ଖୋଲିପାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ

ଖୋଲିପାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ

ଆସନ୍ତା ଅକ୍ଟୋବର ମାସରେ ଖୋଲିପାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ। କରୋନା ମହାମାରୀ ଯୋଗୁଁ ଏହା ଦୀର୍ଘ ଦିନ ଧରି ବନ୍ଦ ରହିଛି। ତେବେ ଅକ୍ଟୋବରରେ କୋଭିଡ୍ କଟକଣା ସହିତ ନନ୍ଦନକାନନ ଖୋଲିବା ପାଇଁ ବିଚାର ବିମର୍ଶ ଚାଲୁ ରହିଛି। ଏନେଇ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍ ସୂଚନା ଦେଇଛନ୍ତି। ତେବେ ନନ୍ଦନକାନନ ଖୋଲିବା ପାଇଁ ସ୍ଵତନ୍ତ୍ର ଏସ୍‌ଓପି ଜାରି କରାଯିବ। ଏଥିସହ ଏଠାରେ କୋଭିଡ୍ ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି।