ସ୍ୱାଭାବିକ ଭାବେ ଆରମ୍ଭ ବିଧାନସଭା ଅଧିବେଶନ

ସ୍ୱାଭାବିକ ଭାବେ ଆରମ୍ଭ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ରୁ ବିରୋଧୀ ଦଳ ନେତା ଉଠାଇଲେ ଶିକ୍ଷା ସହାୟକ ନିଯୁକ୍ତି ପ୍ରସଙ୍ଗ।6 ବର୍ଷ ପରେ ବି ଯେଉଁ ଶିକ୍ଷା ସହାୟକ ମାନଙ୍କୁ ସରକାର ନିୟମିତ କରିନାହାନ୍ତି ସେମାନଙ୍କୁ ନିୟମିତ କରିବାକୁ ଦାବି। ନହେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ନାହିଁ।

କୋଭିଡ ପାଇଁ ସ୍କୁଲ ବନ୍ଦ ହେବା ଦ୍ୱାରା ପାଠ ପଢା ଠିକ ଭାବେ ହୋଇପାରିନି। ପାହାଡିଆ ଅଂଚଳରେ କିଭଳି ହେବ ପାଠପଢା। ତାକୁ ନେଇ ପ୍ରଶ୍ନ ଉଠାଇଲେ ତାରା। 24 ଘଣ୍ଟା ମଧ୍ୟରେ ପୁରୀ ଶ୍ରୀମନ୍ଦିର ସମେତ ସବୁ ମନ୍ଦିର ଖୋଲିବାକୁ ହାତ ଯୋଡି ନିବେଦନ କଲେ ତାରା। ରୁଲିଂଗ ପାଇଁ କଲେ ଦାବି।

କୋଭିଡ ସ୍ଥିତିରେ ମହାରାଷ୍ଟ୍ର ସମେତ ଯୋଉ ରାଜ୍ୟରେ କୋଭିଡ଼ ଅଧିକ ଅଛି ସେଠି ମଧ୍ୟ ମନ୍ଦିର ଖୋଲାଯାଇଛି। ଓଡ଼ିଶାରେ କାହିଁକି ଖୋଲାଯାଇନି ବୋଲି ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ତେଣୁ ଓଡ଼ିଶାରେ ମନ୍ଦିର ଖୋଲାଯାଉ ବୋଲି ଦାବି କଲେ ମୋହନ ମାଝି।

ଓଡ଼ିଶାରେ କୋଭିଡର ସଫଳତା ପଛରେ କାରଣ କଣ। କୋଉ ତଥ୍ୟ ଆଧାରରେ ସଫଳତା ମିଳିଛି ବୋଲି ସରକାର ଙ୍କୁ ପଚାରିଲେ ସୌମ୍ୟ ରଂଜନ ପଟ୍ଟନାୟକ। ଲକ ଡାଉନ ପାଇଁ ସଫଳତା ମିଳିଲା ନା ସ୍କୁଲ ବନ୍ଦ ପାଇଁ ନା କୋଉଥି ପାଇଁ ମିଳିଲା। ଯଦି ବଜାର ସଉଦା ପାଇଁ ଅନୁମତି ମିଳୁଛି ତେବେ ଯାତ୍ରା ପାର୍ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କାହିଁକି ଅନୁମତି ଦିଆଯାଉନି। ଏସବୁକୁ ଖୋଲିବାକୁ ଦାବି କଲେ ସୌମ୍ୟ।

ପଶ୍ଚିମ ଓଡିଶାକୁ ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ଅଭିଯୋଗ କଲେ ନରସିଂହ ମିଶ୍ର। କୋଶଳୀ ଭାଷାକୁ ସରକାରି ଭାଷାର ମାନ୍ୟତା ମିଳୁନି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ, ବଲାଙ୍ଗୀର ବାଇପାସ ଓ ଶିକ୍ଷା ସହାୟକ ଙ୍କୁ ନିୟମିତ କରିବା ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର।

ମନ୍ଦିର ଖୋଲିବା ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀ ଙ୍କ ଗୃହରେ ମନ୍ତବ୍ୟ। ମନ୍ଦିର ଖୋଲିବା ଦେବ ଦର୍ଶନ କରିବା ଭାବାବେଗ ଅଛି। କିନ୍ତୁ ବାସ୍ତବତା ବି ଦେଖିବାକୁ ପଡିବ। ମନ୍ଦିର ଖୋଲିବା ନେଇ ସ୍ଥିତି କୁ ଦେଖି ସ୍ଥାନୀୟ ପ୍ରଶାସନକୁ ପଦକ୍ଷେପ ନେବାକୁ କୁହାଯାଇଛି। ଦିଲ୍ଲୀ ମହାରାଷ୍ଟ୍ର ଭଳି ସ୍ଥିତି ଏଠି ନ ହେଉ। ସ୍ଥିତି ଦେଖି ସରକାର ନିଷ୍ପତ୍ତି ନିଅନ୍ତୁ।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ସରକାର ନିରବଦ୍ରଷ୍ଟା। ଏହି ଶୀର୍ଷକ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ। ଗୃହ ରାଷ୍ଟ୍ରମନ୍ତ୍ରୀ ରଖୁଛନ୍ତି ଉତ୍ତର।