ଭୁଶୁଡୁଛି ଲାଲଗଡ

ଭୁଶୁଡୁଛି ଲାଲଗଡ। ଛତିଶଗଡ଼ ପୋଲିସ ନିକଟରେ ୧୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଜାପୁର ପୋଲିସ ନିକଟରେ ପିଏଲଜିଏ ସଂଗଠନର ୧୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣକାରୀ ୪ ନକ୍ସଲଙ୍କ ଉପରେ ମୋଟ ୧୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଆତ୍ମସମର୍ପଣ ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରଦାନ କରାଯାଇଛି।