ଚୀନର PUBG ବଦଳରେ ଆସୁଛି ଅକ୍ଷୟ କୁମାରଙ୍କ FAU-G ଗେମ ଆପ୍

ଚୀନର PUBG ବଦଳରେ ଆସୁଛି ଅକ୍ଷୟ କୁମାରଙ୍କ FAU-G ଗେମ ଆପ୍

ପବ-ଜି ବ୍ୟାନ ହେବା ପରେ ପ୍ରତି ବଦଳରେ ସେହିପରି ଆଉ ଏକ ନୂଆ ଗେମ୍ ଆସୁଛି । ଫିଲ୍ମରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଅକ୍ଷୟ କୁମାର ଏବେ ପବ୍‌ଜି ଖେଳାଳିଙ୍କୁ ଖୁସି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଚୀନର ଗେମ୍ ପବ୍‌ଜି କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛି ଅକ୍ଷୟ କୁମାରଙ୍କ ଫୌ-ପି ଗେମ୍। ଅକ୍ଷୟ କୁମାରଙ୍କ ଆକ୍ସନ ଗେମ୍ Fearless And United-Guards FAU-G ଭାରତୀୟ ସେନା ଉପରେ ଆଧାରିତ। ଅକ୍ଷୟ କୁମାର ଏହି ଗେମ୍ ପିଏମ ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଆନ୍ଦୋଳନ ଏକ ଆହ୍ବନ ବୋଲି ଅକ୍ଷୟ କୁମାର କହିଛନ୍ତି।

ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଆନ୍ଦୋଳନକୁ ସମର୍ଥନ କରି ଆକ୍ସନ୍ ଗେମ୍, Fearless And United-Guards FAU-G ଗେମ୍ ଆରମ୍ଭ କରି ମୁଁ ଗର୍ବିତ। ମନୋରଞ୍ଜନ ବ୍ୟତୀତ ଖେଳାଳିମାନେ ଆମ ଯବାନମାନଙ୍କ ବଳିଦାନ ବିଷୟରେ ମଧ୍ୟ ଜାଣିବେ। ଏହାର ୨୦ ପ୍ରତିଶତ ନେଟ୍ ରିଭ୍ୟୁ ‘ଭାରତ କେ ଭୀର’ ଟ୍ରଷ୍ଟକୁ ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ଚୀନ ସହ ସୀମା ବିବାଦ ପରେ ଆଉ ଏକ ପଦକ୍ଷେପ ଗ୍ରହଣ କରିିଥିଲେ ଭାରତ ସରକାର । ଗତ ୨ ତାରିଖ ଦିନ ଗେମିଂ ଆପ୍ ପବ-ଜି ଭାରତରେ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ପବଜି ସମେତ ଆଉ ୧୧୮ ଚାଇନା ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର ।