ବନ୍ଦ ରହିବ ନବମ ଓ ଏକାଦଶ କ୍ଲାସ୍

ବନ୍ଦ ରହିବ ନବମ ଓ ଏକାଦଶ କ୍ଲାସ୍

ଭୁବନେଶ୍ୱର ୦୮।୦୪ : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ବଢୁଥିବା ଦେଖି ନବମ ଓ ଏକାଦଶ କ୍ଲାସ୍ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ କ୍ଲାସ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏପ୍ରିଲ ୩୦ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହଷ୍ଟେଲ ଏବଂ ଆବାସିକ ସ୍କୁଲରେ ରହି ପଢୁଥିବା ପିଲାମାନଙ୍କୁ ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଦଶମ ଓ ଦ୍ୱାଦଶ କ୍ଲାସ ଏପ୍ରିଲ ୨୫ ପର୍ଯ୍ୟନ୍ତ ଚାଲୁ ରଖିବା ପାଇଁ କହିଛନ୍ତି ରାଜ୍ୟ ସରକାର ।