ସବୁରି ପ୍ରିୟ ଦିଗଦର୍ଶକ ଡକ୍ଟର ନିଶାକର ପାଢ଼ୀ ସାର୍ଙ୍କ ଦେହାନ୍ତ

ସବୁରି ପ୍ରିୟ ଦିଗଦର୍ଶକ ଡକ୍ଟର ନିଶାକର ପାଢ଼ୀ ସାର୍ଙ୍କ ଦେହାନ୍ତ

ଭୁବନେଶ୍ଵର: ଭଞ୍ଜନଗର କଲେଜର ପ୍ରାକ୍ତନ ଓଡ଼ିଆ ବିଭାଗର ଅଧ୍ୟାପକ, ବହିତ୍ର’  ପତ୍ରିକା ସମ୍ପାଦନା କରି ଭଞ୍ଜ ସାହିତ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର କରିଥିବା ସୁନାମଧନ୍ୟ ବିଶିଷ୍ଟ ସାହିତ୍ୟିକ, ଡକ୍ଟର ନିଶାକର ପାଢ଼ୀ ସାର୍‌ଙ୍କ ଦେହାନ୍ତ ଘଟିଛି। ନିର୍ଭେଜାଲ ଶିଶୁ ସୁଲଭ ହସ ସବୁଦିନ ପାଇଁ ନିରବି ଯାଇଛି l ସାର୍‌ ଥିଲେ ସବୁରି ପ୍ରିୟ l ଜୀବନରେ ଥରେ ବି ଭେଟିଥିବା ମଣିଷ ତାଙ୍କୁ ଭୁଲି ପାରି ନଥିବ ଜୀବନରେ l ଅଧ୍ୟାପନା କାଳରେ ବିଭିନ୍ନ କଲେଜ ବୁଲିଥିଲେ  ବି ବାଙ୍କୀରେ ଦୀର୍ଘ ବର୍ଷ ଧରି ରହିଥିଲେ l ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (KSUB) କଲେଜରେ ଦୀର୍ଘ ୨୨ ବର୍ଷ ରହିଥିଲେ। ରହିଥିଲେ ନାହିଁ, ଗଢ଼ିଥିଲେ ଅନେକ ସୁଯୋଗ୍ୟ ଛାତ୍ର। ତାଙ୍କରି ପ୍ରେରଣାରେ ଆଜି ରବି ଜେନାଠୁ ଆରମ୍ଭ କରି ପ୍ରଶାନ୍ତ ମହାନ୍ତି ପର୍ଯ୍ୟନ୍ତ ଅନେକ ବରେଣ୍ୟ କବି ସାହିତ୍ୟକୁ ରୁଦ୍ଧିମନ୍ତ କରିପାରିଛନ୍ତି।