ନବୀନଙ୍କୁ ସମର୍ଥନ ମାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ

ନବୀନଙ୍କୁ ସମର୍ଥନ ମାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଚଳିତ ବର୍ଷ ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ଲାଗି ନବୀନଙ୍କୁ ଅନୁରୋଧ କରିଛନ୍ତି ନୀତିଶ। ଏହାକୁ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲକା ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ବିଜେଡିକୁ ଏନଡିଏ ଆଗୁଆ ଯୋଗଯୋଗ କରିଥିବାରୁ କଂଗ୍ରେସ ପଛରେ ପଡିଛି। କିନ୍ତୁ ସପ୍ତଗିରି କହିଛନ୍ତି ଆମେ ଆଗୁଆ ଯୋଗାଯୋଗ କରିଥିଲେ ବି ସେ ଆମକୁ ସମର୍ଥନ ଦେଇ ନଥାନ୍ତେ।