ଫ୍ୟାନ୍ସି ନମ୍ବର ପାଇଁ ଅଧିକ ଫି ନେଇପାରିବେ ନାହିଁ ଆରଟିଓ – ଆମିକସ୍‌କ କ୍ୟୁରି

ଫ୍ୟାନ୍ସି ନମ୍ବର ପାଇଁ ଅଧିକ ଫି ନେଇପାରିବେ ନାହିଁ ଆରଟିଓ – ଆମିକସ୍‌କ କ୍ୟୁରି

ମୋଟର ଯାନ ଆଇନ ୧୯୮୮ର ଧାରା ୪୨.୨ ଅନୁଯାୟୀ ଯାନର ପଞ୍ଜୀକରଣ ପାଇଁ ରାଜ୍ୟସରକାର ସେହି ଫି ନେବେ, ଯାହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ। ରାଜ୍ୟମାନଙ୍କୁ ପଞ୍ଜୀକରଣ ନମ୍ବର ଦେବା ପାଇଁ କେନ୍ଦ୍ର ସରକାର ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଫି ଠାରୁ ଅଧିକ ନେବାର ଅଧିକାର ନାହିଁ ବୋଲି ଆମିକସ କ୍ୟୁରି ରିପୋର୍ଟରେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ଏକ ମାମଲାରେ ଜଣେ ବାହନ ମାଲିକଙ୍କୁ କ୍ରମ ଅନୁସାରେ ବାହନ ପଞ୍ଜୀକରଣ ବେଳେ ବିଶେଷ ନମ୍ବର ମିଳିଥିଲା। ମାତ୍ର ରାଜ୍ୟ ପଞ୍ଜୀକରଣ କର୍ତ୍ତପକ୍ଷଙ୍କ ଦ୍ୱାରା ବିଶେଷ ନମ୍ବର ପାଇଁ ଅଲଗା ଅର୍ଥରାଶି ଦେବା ପାଇଁ କୁହାଯାଇଥିଲା। ତେବେ ମାଲିକ ଅଲଗା ଅର୍ଥରାଶି ଦେବା ପାଇଁ ମନାକରିଦେବା ପରେ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ରାଜ୍ୟ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କର ଆଦେଶକୁ ଭୁଲ ବୋଲି କହିଥିଲେ।