ଓଡି଼ଶାରେ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବା ବେଳେ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ବିଶେଷକରି ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଦକ୍ଷିଣ ଓଡ଼ିଶା ରାଜନୀତି ବେଶ୍ ସରଗରମ ହୋଇଉଠିଛି। ଏହି ପର୍ଯ୍ୟାୟରେ ସମସ୍ତ ୪ ଲୋକସଭା ଆସନ ସହ ପ୍ରାୟ ୭ ରୁ ୮ ବିଧାନସଭା ଆସନ ବେଶ୍ ଚର୍ଚ୍ଚାରେ ରହିଛି।