ଲକଡାଉନ ବେଳେ ଗାଁ ଛାଡିବାକୁ ନୋଟିସ

ଲକଡାଉନ ବେଳେ ଗାଁ ଛାଡିବାକୁ ନୋଟିସ

କୋଭିଡ଼ ମହାମାରୀ ସମୟରେ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହାଦ୍ୱାରା କୋଭିଡ଼ ସଂକ୍ରମଣ ଚେନ ବ୍ୟାହତ ହେବ ବୋଲି କୁହା ଯାଉଛି । ତେବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କୋଭିଡ଼  ଗାଇଡ଼ଲାଇନ ଉଲ୍ଲଂଘନ କରି ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଲ୍ପ ପ୍ରଭାବିତ ପରଧିଆପାଲି ଗ୍ରାମବାସୀ ଙ୍କୁ ସାତଦିନ ମଧ୍ୟରେ ଗାଁ ଓ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛି । ଜିଲ୍ଲା ପ୍ରଶାସନର ଏଭଳି ଚିତ୍ର ଓ ଅମାନବିୟ  ନିର୍ଦ୍ଦେଶ କୁ ପରଧିଆପାଳି ଗ୍ରାମବାସୀ ବିରୋଧ କରୁଛନ୍ତି ।