ବିଧାନସଭା ମୌସୁମୀ ଅଧିବେଶନ, ସିଟରେ ଲାଗିବ କାଚ

ବିଧାନସଭା ମୌସୁମୀ ଅଧିବେଶନ, ସିଟରେ ଲାଗିବ କାଚ

ଭୁବନେଶ୍ବର : କରୋନା କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ପ୍ରଶ୍ନକାଳକୁ ଛାଡି ଦେଲେ ଅନ୍ୟ ସମସ୍ତ କାର୍ଯ୍ୟସୂଚୀ ଅନୁସାରେ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସ୍ ଆଦି ସବୁ ରହିବ । ଅଧିବେଶନରେ ବସିବା ପାଇଁ ବିଧାୟକଙ୍କ ମଧ୍ୟରେ ରହିବ ୪ ଫୁଟର ଦୂରତା । ଦର୍ଶକ ଗ୍ୟାଲେରୀରେ ବି ବିଧାୟକ ବସିବେ ।ଏଥର ମୌସୁମୀ ଅଧିବେଶନରେ ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି । ସଂସଦ ଭଳି ବିଧାନସଭାରେ ମଧ୍ୟ ସମସ୍ତ ବିଧାୟକଙ୍କ ଆଗରେ ସିଲଡ୍ କାଚ ଲଗାଯାଇଛି । ଯେଉଁ ବରିଷ୍ଠ ବିଧାୟକମାନେ ଆସିପାରିବେ ନାହିଁ , ସେମାନେ ଆଗରୁ ସୂଚନା ଦେବେ ।ସେହିପରି ମୌସୁମୀ ଅଧିବେଶନକୁ କୌଣସି ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ମିଳିବ ଅନୁମତି ମିଳିବ ବୋଲି ସେ କହିଛନ୍ତି ।