ପରଲୋକରେ ବରିଷ୍ଠ ବିଜେପି ନେତା ଅଶୋକ ସାହୁ

ପରଲୋକରେ ବରିଷ୍ଠ ବିଜେପି ନେତା ଅଶୋକ ସାହୁ

ଭୁବନେଶ୍ବର: ପରଲୋକରେ ବରିଷ୍ଠ ବିଜେପି ନେତା ତଥା ଅବସର ପ୍ରାପ୍ତ ଆଇପିଏସ ଅଫିସର ଅଶୋକ ସାହୁ । ୬୮ ବର୍ଷ ବୟସରେ କଟକର ପୀଠାପୁର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ବର୍ଗତ ସାହୁ ବିଜେପିର ପୂର୍ବତନ ଉପ ସଭାପତି ଭାବେ କରିଥିଲେ ।

ସୂଚନା ଅନୁଯାୟୀ, ପୂର୍ବତନ ଆଇପିଏସ ସ୍ବର୍ଗତ ଅଶୋକ ସାହୁ ଚାକିରୀ ସ୍ୱେଛକୃତ ଅବସର ନେଇ ବିଜେପିରେ ଯୋଗ ଦେଇଥିଲେ । ଆସାମର ଅତିରିକ୍ତ ପୋଲିସ ଡିଜି ଭାବେ ସେ କାର୍ଯ୍ୟ କରିଥିଲେ । ଦଳରେ ବିଭିନ୍ନ ସାଂଗଠନକି ପଦବୀରେ ରହିବା ପରେ ସେ ରାଜ୍ୟ ଶାଖାର ଉପ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯ରେ ସେ କନ୍ଧମାଳରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ୨୦୧୪ କନ୍ଧମାଳ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଇଛା ବ୍ୟକ୍ତ କରିଥିଲେ । ମାତ୍ର ଦଳ ତାଙ୍କ ସ୍ଥାନରେ ରୁଦ୍ରମାଧବ ରାୟଙ୍କୁ ଟିକେଟ୍ ଦେଇଥିଲା । ତେବେ ରୁଦ୍ରମାଧବ ନିର୍ବାଚନ ଜିତି ପାରିନଥିଲେ ।ଏହା ପରେ ଅଶୋକ ସାହୁ ରାଜ୍ୟ ନେତୃତ୍ୱକୁ ସମାଲୋଚନା କରି ମୋଦି ମ୍ୟାଜିକ୍ ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ପ୍ରସଙ୍ଗ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।