‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଓ ଭୁବନେଶ୍ବରରେ ‘ସୁଜଳ’ ଯୋଜନା ଲୋକାର୍ପିତ ହୋଇଛି । ଏହି ୨ଟି ସହରର ୧.୮୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ପୁରୀ ସହର ଓ ଭୁବନେଶ୍ୱର ସାଲିଆ ସାହିରେ ଡିଙ୍ଗ ଫ୍ରମ୍ ଟ୍ୟାପ୍ ମିଶନର କାର୍ଯ୍ୟକାରୀ ହୋଇଛି । ମୋଟ ୧୨ଟି ସ୍ଥାନରେ ଏହା ଲୋକାର୍ପିତ ହୋଇଛି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ବିଶୁଦ୍ଧ ପାଣି ପାଇପାରିବେ । ଏହି ଯୋଜନା ଯୋଗୁଁ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।