ଓଡିଶାକୁ ମିଳିଲା ୫୦୦ କୋଟିର ରିଲିଫ୍

ଓଡିଶାକୁ ମିଳିଲା ୫୦୦ କୋଟିର ରିଲିଫ୍

ନୂଆଦିଲ୍ଲୀ: ବାତ୍ୟା ୟଶ୍ ଯୋଗୁଁ ଓଡିଶା ଏବଂ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହାର ସମୀକ୍ଷା କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଜ୍ୟର ପରିଦର୍ଶନ ଗସ୍ତ କରିଛନ୍ତି । ଦୁଇ ରାଜ୍ୟର ବାତ୍ୟାର ସମୀକ୍ଷା ପରେ ସେ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଓଡିଶାକୁ ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଅର୍ଥ ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।