ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର

ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସବୁ ଅଞ୍ଚଳରେ କୋଭିଡ଼ କେୟାର ସେଣ୍ଟର ଖୋଲା ଯାଇଥିଲା । କିନ୍ତୁ ଏବେ ରୋଗୀ ନଥିବା ଅଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କୋଭିଡ଼ କେୟାର ସେଣ୍ଟର ବନ୍ଦ ହେବ । ସବୁ ଜିଲ୍ଲାପାଳ ଓ ପୌର କମିସନରମାନଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ହେଉଥିବା କେନ୍ଦ୍ରର କର୍ମଚାରୀ ଅନ୍ୟତ୍ର ସ୍ଥାନାନ୍ତରିତ ହେବେ ।

ସୋମବାର ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମର କମିଶନରଙ୍କୁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ଚିଠି ଲେଖିଥିବା ସୂଚନା ମିଳିଛି।

କରୋନା ମୁକାବିଲା ପାଇଁ ରାଜ୍ୟରେ ଥିବା କୋଭିଡ କେୟାର ହୋମ୍(ସିସିଏଚ୍) ଏବଂ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି)ରେ ରୋଗୀମାନଙ୍କ ଆସିବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଏହି କେନ୍ଦ୍ର ସବୁକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ କୋଭିଡ କେୟାର ସେଣ୍ଟର(ସିସିସି)କୁ ମଧ୍ୟ ରୋଗୀମାନଙ୍କ ଆସିବା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ ସେଗୁଡ଼ିକ ଯେବେ ସଂପୂର୍ଣ୍ଣ ଖାଲି ହୋଇଯିବ, ସେସବୁକୁ ବନ୍ଦ କରିଦିଆଯିବ।