ରାଜ୍ୟ ସରକାର ଜାରି କଲେ ଅନ୍‌ଲକ୍‌-୫ ଗାଇଡ୍‌ଲାଇନ୍‌

ରାଜ୍ୟ ସରକାର ଜାରି କଲେ ଅନ୍‌ଲକ୍‌-୫ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଜାରି କରିଛନ୍ତି ଅନ୍‌ଲକ୍‌-୫ ଗାଇଡଲାଇନ୍‌। ଗାଇଡଲାଇନ୍‌ ମୁତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅକ୍ଟୋବର ୩୧ ଯାଏ ଲକଡାଉନ ବଳବତ୍ତର ରହିବ । ଧାର୍ମିକ ଅନୁଷ୍ଠାନ, ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କିନ୍ତୁ ପରୀକ୍ଷା ଓ ଖାତାଦେଖା ପାଇଁ ଅନୁମତି ମିଳିବ । ଏହା ସହ ସିନେମା ହଲ୍‌, ସୁଇମିଂ ପୁଲ୍‌, ଥିଏଟର, ଅଡିଟୋରିଅମ ୩୧ ଯାଏ ବନ୍ଦ ରହିବ। ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଅତି ବେଶିରେ ୧୦୦ ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଛି। କିନ୍ତୁ ସମସ୍ତଙ୍କ ପାଇଁ କୋଭିଡ୍‌ ନିୟମ ମାନିବା ବାଧ୍ୟତାମୂଳକ ରହିବ ।