ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଚଳିତ ବର୍ଷ ନାମଲେଖାଇବା ପାଇଁ ଆବେଦନ କରିଥଲେ ୨ଲକ୍ଷ୧୩,୯୫୯ ଛାତ୍ରଛାତ୍ରୀ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୧ଲକ୍ଷ ୫୮,୫୪୦ ଛାତ୍ରଛାତ୍ରୀ ।

କଳାରେ ନାମ ଲେଖାଇବେ ୯୫,୬୪୯। ସେଲ୍ଫ ଫାଇନାନ୍ସିରେ ୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକ୍ସରେ ୨୩,୮୧୭ଜଣ, ବାୟୋଲୋଜି ବିଭାଗ ରେ ୪୯୩ ଜଣ ନାମଲେଖାଇବାକୁ ମନୋନୀତ ହୋଇଛନ୍ତି।

କଳାରେ ଭୂଗୋଳ ବିଭାଗରେ ୯୩ % କଟ ଅଫ ମାର୍କ ସହ ଆଗରେ ରହିଛି ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ । ଫିଜିକାଲ୍ ସାଇନ୍ସର ଗଣିତ ବିଭାଗରେ ୯୫.୩% ସହ ଆଗରେ ରହିଛି ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ । ବାୟୋଲୋଜି ସାଇନ୍ସର ପ୍ରାଣୀ ବିଜ୍ଞାନରେ ୯୫.୫% ସହ ବିଜେବି କଲେଜ ୧ ନମ୍ବର ରେ ରହିଛି। ସେହିପରି ବାଣିଜ୍ୟରେ ମଧ୍ୟ ୯୮.୬୭% ସହ ବିଜେବି କଲେଜ ଆଗରେ ରହିଛି।

ମୋଟ ୧୦୨୯ଟି ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ହେବ। ଏହାସହ ଆସନ୍ତା ୧ ତାରିଖ ସୁଦ୍ଧା ଅନଲାଇନ୍ ରେ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତାକାଲି ୨୯ ତାରିଖ ରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ସେହିପରି ଅକ୍ଟୋବର ୮ ତାରିଖ ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।