ଆଜିଠୁ ଓଡ଼ିଶା ନିବେଶକ ସମ୍ମିଳନୀ

ଜିଠୁ ଓଡ଼ିଶା ନିବେଶକ ସମ୍ମିଳନୀ କରିବେ ରାଜ୍ଯ ସରକାର । ୯ ତାରିଖ ପର୍ଯ୍ୟନ୍ତ ପୁନେ ଓ ଅହମ୍ମଦାବାଦରେ ଆୟୋଜିତ ହେବ ଏହି ସମ୍ମିଳନୀ। ଏହା ହେବ ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ । ଅଟୋମୋବାଇଲ, ଫୁଡ ପ୍ରୋସେସିଂ, ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି, ମେଟାଲ କ୍ଷେତ୍ରରେ ନିବେଶକଙ୍କ ସହ ୱାନ ଟୁ ୱାନ ଓ ଗୋଲ ଟେବୁଲ ବୈଠକ କରିବେ ଶିଳ୍ପ ବିଭାଗର ଅଧିକାରୀ। ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ଶିଳ୍ପ ସଚିବ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ଏଥିରେ ଯୋଗଦେବେ । ୨୦୨୯ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।