କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକାରେ ନାହିଁ ଓଡ଼ିଶାର ନାଁ

ଶୁକ୍ରବାର କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । କେରଳ ୱାୟନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି । ଛତିଶଗଡ଼ ରାଜନନ୍ଦଗାଓଁରୁ ଲଢ଼ିବେ ଭୂପେଶ ବଘେଲ । ଛତିଶଗଡ଼ ମହସମୁନ୍ଦରୁ ଲଢ଼ିବେ ତାମ୍ରଧ୍ୱଜ ସାହୁ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶାର ନାଁ ନାହିଁ । ସେପଟେ ଏବେ ଆମେଥି ଆସନରୁ ରାହୁଲ ଲଢ଼ିବେ କି ନାହିଁ, ତାରି ଉପରେ ସମସ୍ତଙ୍କ ନଜର । ଏହିଠାରୁ କଂଗ୍ରେସ ତଥା ଗାନ୍ଧୀ ପରିବାରର ସଦସ୍ୟ ବାରମ୍ବାର ନିର୍ବାଚନ ଲଢ଼ି ଜିତିଆସିଛନ୍ତି ।