ନୂଆ ଶିକ୍ଷାବର୍ଷ ଓ ପାଠ୍ୟକ୍ରମ ତୁରନ୍ତ ଘୋଷଣା ପାଇଁ ଦାବୀ ଜଣାଇଲା ଓଡିଶା ଅଭିଭାବକ ମହାସଂଘ

ନୂଆ ଶିକ୍ଷାବର୍ଷ ଓ ପାଠ୍ୟକ୍ରମ ତୁରନ୍ତ ଘୋଷଣା ପାଇଁ ଦାବୀ ଜଣାଇଲା ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ଓ କେବଳ ଅନଲାଇନ ଶିକ୍ଷାଦାନ ଚାଲିଛି l ସରକାରୀ ସ୍କୁଲ ରେ 34% ପିଲା ଓ ବେସରକାରୀ ସ୍କୁଲ ରେ 50% ପିଲା ଅନଲାଇନ ରେ ପାଠ ପଢିପାରୁଛନ୍ତି ବୋଲି ଜଣାପଡୁଛି l ମାତ୍ର ଅନଲାଇନ ଶିକ୍ଷା ବିଦ୍ୟାର୍ଥୀ ମାନଙ୍କ ପାଇଁ ପର୍ୟାପ୍ତ ନୁହେଁ l ସେପଟେ ସିବିଏସଇ ନବମ ରୁ ଦ୍ୱାଦଶ ପିଲାଙ୍କ ପାଇଁ ପରୀକ୍ଷା କରିବାକୁ ସଂକେତ ଦେଇସାରିଲାଣି l ଏସବୁ କୁ ଲକ୍ଷ କରି ଓଡିଶା ଅଭିଭାବକ ମହାସଂଘ ଶିକ୍ଷାବର୍ଷ ରେ ପରିବର୍ତ୍ତନ ସହ ନବମ ରୁ ଦ୍ୱାଦଶ ଶ୍ରେଣୀ ପାଇଁ 100% ପାଠ୍ୟକ୍ରମ ସହ ଜାନୁଆରୀ ରୁ ଜୁନ ପର୍ଯ୍ୟନ୍ତ ଅନ୍ୟୁନ ଛ ମାସ ଶ୍ରେଣୀ ଗୃହ ରେ ଶିକ୍ଷା ପ୍ରଦାନ ପରେ ପରୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ବହୁବାର ଚିଠି ଲେଖି ଦାବୀ ଜଣାଇଥିଲା l ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମନରୁ ସଂଶୟ ଦୂର କରିବାକୁ ଏ ସଂକ୍ରାନ୍ତ ରେ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖି ଶିକ୍ଷାବର୍ଷ ପରିବର୍ତ୍ତନ ଓ ପରୀକ୍ଷା ସଂକ୍ରାନ୍ତ ରେ ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି l ଓଡିଶା ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କୁ ଏହି ପଦକ୍ଷେପ କୁ ପ୍ରଶଂସା ଓ ସ୍ୱାଗତ ଜଣାଇବା ସହିତ ଏ ସଂକ୍ରାନ୍ତ ରେ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜେ ଟେଲିଫୋନ ରେ ତୁରନ୍ତ କଥା ହେବାକୁ ଦାବୀ ଜଣାଇଛି l ପୂର୍ବରୁ ଏଆଇସିଟିଇ ମଧ୍ୟ ସମସ୍ତ କାରିଗରୀ ଶିକ୍ଷା ପାଇଁ ଶିକ୍ଷାବର୍ଷ ରେ ପରିବର୍ତ୍ତନ କରିସାରିଛି l ତୁରନ୍ତ ଶିକ୍ଷା ବର୍ଷ ଓ ପରୀକ୍ଷା ସହ ଅନ୍ୟାନ୍ୟ ସମସ୍ତ ନିର୍ଧାରିତ ବ୍ୟବସ୍ଥା ର ତାରିଖ ଘୋଷଣା କଲେ ପିଲାମାନେ ମଧ୍ୟ ଜାତୀୟ ସ୍ତରୀୟ ସମସ୍ତ ପରୀକ୍ଷା ଓ ପାଠ୍ୟଖସଡା ର ଲାଭ ଉଠାଇପାରିବେ l ନଚେତ ସର୍ବଭାରତୀୟ ସ୍ତରରେ ଆମ ରାଜ୍ୟରେ ପିଲାମାନେ ପଛରେ ପଡିଯିବେ l ପ୍ରଧାନମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ମହାସଂଘ ଆଜି ଏକ ପ୍ରେସ ବିଜ୍ଞପ୍ତି ରେ ଦାବିକରିଛି l ପ୍ରସନ୍ନ ବିଷୋୟୀ, ସହ ଅଧ୍ୟକ୍ଷ, ଓଡିଶା ଅଭିଭାବକ ମହାସଂଘ