ରାଜ୍ୟରେ ପୁଣି ୧୧ ଜୀବନ ନେଲା କରୋନା, ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି

ରାଜ୍ୟରେ ପୁଣି ୧୧ ଜୀବନ ନେଲା କରୋନା, ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି

ଆଜି ରାଜ୍ୟରେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି କଟକ, ପୁରୀ ଓ ଭୁବନେଶ୍ୱରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, କୋରାପୁଟ,ଭଦ୍ରକ, ରାୟଗଡା, ନୟାଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।