ଆଜି ଆଉ ୧୬ ଜୀବନ ନେଲା ମହାମାରୀ କରୋନା, ୭୮୩ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଆଜି ଆଉ ୧୬ ଜୀବନ ନେଲା ମହାମାରୀ କରୋନା, ୭୮୩ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର : ଆଜି ରାଜ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ପୁରୀରୁ ୩, କୋରାପୁଟରୁ ୩, ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।